Jump to content

ଏନଫୋର୍ଟୁମାବ ଭେଡୋଟିନ

ଉଇକିପିଡ଼ିଆ‌ରୁ
ଏନଫୋର୍ଟୁମାବ ଭେଡୋଟିନ
Monoclonal antibody
TypeWhole antibody
SourceHuman
TargetNectin-4
Clinical data
Trade namesPadcev
SynonymsAGS-22M6E, AGS-22CE, enfortumab vedotin-ejfv
AHFS/Drugs.commonograph
MedlinePlusa620005
data
Routes of
administration
Intravenous
Legal status
Legal status
Chemical and physical data
FormulaC6642H10284N1742O2063S46
Molar mass୧,୪୯,୦୨୪.୨୩ g·mol−1

ଏନଫୋର୍ଟୁମାବ ଭେଡୋଟିନ (ଇଂରାଜୀ ଭାଷାରେ Enfortumab vedotin), ପ୍ୟାଡସେଭ ଏହାର ଏକ ବିକ୍ରୟ ନାମ, ହେଉଛି ୟୁରୋଥେଲିଆଲ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଅନ୍ତତ ପକ୍ଷେ ଆଗେଇ ଯାଇଥିବା ରୋଗରେ ଆକ୍ରାନ୍ତ ଏବଂ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ପେରିଫେରାଲ ନ୍ୟୁରୋପାଥି, ଭୋକ ହ୍ରାସ, ବିସ୍ଫୋଟକ ଦାଗ, କେଶ ଝଡିବା, ବାନ୍ତି, ପରିବର୍ତ୍ତିତ ସ୍ୱାଦ, ତରଳ ଝାଡ଼ା, ବୃକ୍‌କ ସମସ୍ୟା ଏବଂ ସ୍ୱଳ୍ପ ରକ୍ତ କଣିକା ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡାଏବେଟିକ କିଟୋଏସିଡୋସିସ, ନିମୋନାଇଟିସ୍, ଆଖି ସମସ୍ୟା ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଭେଡୋଟିନ୍ ସହିତ ସଂଲଗ୍ନ ହୋଇଥିବା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏକ ମାଇକ୍ରୋଟ୍ୟୁବୁଲ୍-ଭଗ୍ନ‌କାରୀ ଏଜେଣ୍ଟ ।[] ମୋନୋକ୍ଲୋନାଲ ଆଣ୍ଟିବଡି ନେକ୍ଟିନ-୪ ସହିତ ସଂଲଗ୍ନ ହୁଏ ।[]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏନଫୋର୍ଟୁମାବ ଭେଡୋଟିନ ଅନୁମୋଦିତ ହୋଇଥିଲା ।[] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[] ଯୁକ୍ତରାଷ୍ଟ୍ରରେ ୭୦ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପ୍ରତି ୪ ସପ୍ତାହରେ ଔଷଧର ମୂଲ୍ୟ ପ୍ରାୟ ୩୩,୪୦୦ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ "Enfortumab Vedotin-ejfv Monograph for Professionals". Drugs.com (in ଇଂରାଜୀ). Archived from the original on 11 December 2021. Retrieved 15 December 2021.
  2. ୨.୦ ୨.୧ ୨.୨ ୨.୩ "DailyMed - PADCEV EJFV- enfortumab vedotin injection, powder, lyophilized, for solution". dailymed.nlm.nih.gov. Archived from the original on 11 December 2021. Retrieved 15 December 2021.
  3. ୩.୦ ୩.୧ ୩.୨ "Enfortumab vedotin". SPS - Specialist Pharmacy Service. 10 September 2018. Archived from the original on 29 April 2021. Retrieved 15 December 2021.
  4. "Padcev Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 May 2023. Retrieved 15 December 2021.